Odisha Link
Bridging the Missing Links in Odisha

କରୋନା: ଭୁବନେଶ୍ବରରୁ ୬୯ ସଂକ୍ରମିତ ଚିହ୍ନଟ, ୭୪ ସୁସ୍ଥ

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୬୫ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫ ଜଣ ରହିଥିବା ବେଳେ ୫୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ପ୍ରକାଶ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୯୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୫୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୦୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.