ଦେଶର ଆର୍ଥିକ ଅବସ୍ଥା ସୁଧୁରୁଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଏହାର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନା ପ୍ରଭାବ କମ୍ ହୋଇଛି। କରୋନା ମହାମାରୀ ପାଇଁ ଧିମେଇ ଥିବା ଆର୍ଥିକ ସ୍ଥିତି ସୁଧିୁରିବାରେ ଲାଗିଛି। ସରକାର ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ନୂଆ ନିଯୁକ୍ତି ଓ ରୋଜଗାର ସୃଷ୍ଟି ହୋଇପାରିବ। ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବା ସହ ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥବ୍ୟବସ୍ଥାରେ ସକରାତ୍ମକ ଅଭିବୃଦ୍ଧି ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସୂଚାଇ ଦେଇଥିବା ସୀତାରମଣ କହିଛନ୍ତି।
ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି। ସେୟାର ବଜାର ଉଚ୍ଚତମ ସ୍ତରରେ ରହିଛି। ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଅକ୍ଟୋବରରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି। ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଅର୍ଥବ୍ୟବସ୍ଥା ଭଲ ହେବ। ଅକ୍ଟୋବରରେ ବିଜୁଳି ଶକ୍ତି ବ୍ୟବହାରରେ ଗତବର୍ଷ ତୁଳନାରେ ୧୨% ବୃଦ୍ଧି ହୋଇଛି। ବ୍ୟାଙ୍କ୍ଗୁଡିକ ଅଧିକ ଋଣ ଦେଇଛନ୍ତି। ଲଗାତାର ବିଦେଶୀ ପୁଞ୍ଜି ନିବେଶ ବଢିଚାଲିଛି। ଅର୍ଥନୀତି ବହୁ ଦ୍ରୁତ ଗତିରେ ସୁଧୁରୁଛି।
‘ମୁଡିସ୍ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାର ରେଟିଂରେ ଉନ୍ନତି ଆଣିଛି। ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ମୁଡିସ୍ର ଯେଉଁ ରେଟିଂ ଥିଲା ସେହି ସ୍ଥିତିରେ ବହୁ ସୁଧାର ଆସିଛି। ଏଥି ସହିତ ରେଳବାଇରେ ମାଲ ପରିବହନ ୨୦% ବୃଦ୍ଧି ପାଇଛି। ବ୍ୟାଙ୍କ ଋଣ ବିତରଣ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କଗୁଡିକ ଅଧିକ ଋଣ ଦେଇଛନ୍ତି। ଦେଶରେ ନିବେଶ ବଢିବାରେ ଲାଗିଛି। ଆତ୍ମନିର୍ଭର ଭାରତ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି। ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି।
ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ଲାଭ ମିଳିଛି। ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ। ଏଫ୍ପିଆଇ ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି । ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି। ଏଥି ସହିତ ବର୍ତ୍ତମାନ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଜାରି ରହିଥିବା ବେଳେ କୋଭିଡ ୧୯ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସେ ୧.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆଉ ଏକ ଉତ୍ସାହ ପ୍ୟାକେଜ ଘୋଷଣା କରିପାରନ୍ତି।
Comments are closed.