Odisha Link
Bridging the Missing Links in Odisha

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ

ମୁମ୍ବାଇ: ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ତାଙ୍କୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ସିନେମାରେ ଗୀତ ଗାଇବେ।

ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ ମଣ୍ଡଳ। ଏହା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀଙ୍କ ବାୟୋପିକ୍‌ ବୋଲି ଜଣାଯାଇଛି।

ଦୀପିକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ସିନେମା ସରୋଜିନୀ. ଧୀରଜ ମିଶ୍ରଙ୍କ ଲିଖିତ ଗୀତକୁ ରାନୁ ମଣ୍ଡଳ ଗାଉଛନ୍ତି’।

ଭିଡିଓରେ ରାନୁ ମଣ୍ଡଳ ମଧ୍ୟ ଏହା କହୁଥିବା ଦେଖାଯାଇଛି। ଶେଷରେ ସେ କହୁଛନ୍ତି ‘ମୁଁ ଆଶା କରୁଛି ସେହି ଭଲ ପାଇବା ଓ ସମ୍ମାନ ମୋତେ ମିଳିବ ଯାହା ଲୋକମାନେ ମୋତେ ଦେଇ ଆସୁଛନ୍ତି’।

Comments are closed.