Odisha Link
Bridging the Missing Links in Odisha

ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନା ପ୍ରଭାବ କମ୍ ହୋଇଛି। କରୋନା ମହାମାରୀ ପାଇଁ ଧିମେଇ ଧିମେଇ ଥିବା ଆର୍ଥିକ ସ୍ଥିତି ସୁଧିୁରିବାରେ ଲାଗିଛି। ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ।

କୌଣସି ସଂସ୍ଥା ନୂତନ ନିଯୁକ୍ତି ଦେଲେ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ ବୋଲି ଘୋଷଣା କରିଛନ୍ତି ସୀତାରମଣ। ୧ ହଜାରରୁ କମ୍‌ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର। ଏଥିସହ ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ଇପିଏଫ୍ ମଧ୍ୟ ଦେବ କେନ୍ଦ୍ର।

ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର। କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ। ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ସୀତାରମଣ।

Comments are closed.