Odisha Link
Bridging the Missing Links in Odisha

ବାଇକ ଭାରସାମ୍ୟ ହରାଇ ୨ ମୃତ

ଦେବଗଡ଼: ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ୨ଜଣଙ୍କର ମୃତ୍ୟୁ ଘଟିଛି। ଗତ ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣାଟି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା-ନାକଟିଦେଉଳ ରାସ୍ତାର ବୁଚାକଟେଇ ଛକଠାରେ ଘଟିଛି। ମୃତକ ୨ଜଣ ହେଲେ ଜୟ ରଣା (୬୦) ଓ ପବନା ନାୟକ (୨୫)। ସେମାନଙ୍କ ଘର କଂସର ଫାଣ୍ଡି ଅନ୍ତର୍ଗତ ମେଂଜାରୀବାହାଳ ଗ୍ରାମର।

ସୂଚନା ଅନୁଯାୟୀ ଗତକାଲି ପାଖାପାଖି ରାତ୍ର ୧୧ଟାରେ ଏକ ହିରୋ ସ୍ପେ୍ଲଣ୍ଡର୍‌ ପ୍ଲସ ବାଇକରେ କଖାରୁମାଳ ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.