Odisha Link
Bridging the Missing Links in Odisha

ନଭେମ୍ବର ୧୬ରେ ଶପଥ ନେଇପାରନ୍ତି ନୀତିଶ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ। ବହୁମତ ମିଳିବା ପରେ ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦୀପାବଳି ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତିଶ କୁମାର। ସୂଚନା ମୁତାବକ ୧୬ ନଭେମ୍ବରରେ ଶପଥ ଗ୍ରହଣ ସମାରୋହ ହେବ।

ନୀତିଶ କୁମାର ଚଳିତ ଥର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚଳିତ ବିହାର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନଡିଏରେ ନିଜର ବଡ ଭୂମିକା ନିଭାଇଛି। ତେଣୁ ବିଜେପିର କିଛି ନେତା ଦାବି କରିଥିଲେ କି ଚଳିତଥର ବିଜେପିର କିଛି ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସ୍ପଷ୍ଟ କରିଥିଲେ କି ବିହାରରେ ନୀତିଶ କୁମାରଙ୍କ ନେତୃତ୍ବରେ ଏନଡିଏ ସରକାର ଗଠନ ହେବ।

ବୁଧବାର ବିଳମ୍ବିତ ରାତିରେ ନୀତିଶ କୁମାର ନିର୍ବାଚନକୁ ନେଇ ପ୍ରାଥମିକ ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ ହେଉଛନ୍ତି ମାଲିକ। ସେମାନେ ଏନଡିଏକୁ ପୂର୍ଣ୍ଣ ବହୁମତ ଦେଇଛନ୍ତି। ଏଥିସହ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ୧୨୫ ଆସନ ମିଳିଛି। ଏଥିରେ ୭୪ ବିଜେପିକୁ, ୪୩ ଜେଡିୟୁକୁ ମିଳିଛି। ସେହିପରି ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟକୁ ୧୧୦ ଆସନ ମିଳିଛି।

Comments are closed.