Odisha Link
Bridging the Missing Links in Odisha

ନାଳରୁ ୬ଫୁଟର କୁମ୍ଭୀର ଉଦ୍ଧାର

ସୋର: ନାଳରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ନିକଟରୁ ଛଅ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ଉଦ୍ଧାର କରାଯାଇଛି। ମାଛ ମାରିବାକୁ ଯିବା ବେଳେ ଏହି କୁମ୍ଭୀର ଉଦ୍ଧାର କରିଥିଲେ ମତ୍ସଜୀବୀ। ମତ୍ସଜୀବୀ ନାଳରୁ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ବାରୁଣୀଘାଟରେ ଏକ ନାଳରୁ ଦେଢ଼ ବର୍ଷର ଥଣ୍ଟିଆ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀ ଥଣ୍ଟିଆ ପ୍ରଜାତିର କୁମ୍ଭୀରକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଖବର ପାଇ ଚାନ୍ଦିପୁର ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି। କୁମ୍ଭୀରଟିକୁ ଚିକିତ୍ସା କରାଯିବ ପରେ କୁଲଡିହା ଅଭୟାରଣ୍ୟରେ ଛଡ଼ାଯିବା ବୋଲି ବନ ଅଧିକାରୀ କହିଛନ୍ତି।

Comments are closed.