Odisha Link
Bridging the Missing Links in Odisha

ରାୟଗଡ଼ାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ୧୫ରୁ ଅଧିକ ଆହତ

ରାୟଗଡ଼ା: ରାୟଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଛି ଏକ ଯାତ୍ରୀବାହୀ ବସ୍‌। ବସ୍‌ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ବିଷମକଟକ ହାଜାରୀଡାଙ୍ଗ ନିକଟରେ ଫର୍ଚୁନ ନାମକ ଘରୋଇ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।ଏହାସହ ବସ ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି।

ଏପର୍ଯ୍ୟନ୍ତ ମିଳିଥିବା ମୁତାବିକ, ବସ୍‌ଟି ରାୟଗଡା ଜିଲା ଟିକିରୀରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଡ୍ରାଇଭର ଏବଂ ଜଣେ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମେଡିକାଲରେ ଜଣେ ମୃତ୍ୟୁ ବରଣ କରିଛନ୍ତି। ପ୍ରଥମେ ବିଷମକଟକ ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା। ତେବେ ବସ୍‌ ତଳେ ଆହୁରୀ ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହ କରି ରାୟଗଡା ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ କ୍ରେନ୍‌ ସାହାର୍ଯ୍ୟରେ ଉଠାଯାଇଥିଲା।

ଅପରପକ୍ଷେ, ବସ୍‌ ତଳେ କୌଣସି ଯାତ୍ରୀ ଚାପି ହୋଇ ନଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ବିଷମକଟକର ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.