Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ ଅନୁମୋଦନ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କା ବଜେଟ ରଖାଯାଇଛି । ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ ଅନେକ କମି ଯାଇଛି। ଆୟ ବୃଦ୍ଧି ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ।”

ସେପଟେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି-“ଦର୍ଶନ ପ୍ରସ୍ତୁତି ଓ ରୂପରେଖ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ରହିଛନ୍ତି। କାହାକୁ, କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ, କମିଟି ନିଷ୍ପତ୍ତି ନେବ।

ଏ ସଂପର୍କରେ ପରିଚାଳନା କମିଟି ଛତିଶା ନିଯୋଗ ସହ ବି କଥା ହେବ। ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୧ ମାସ ସମୟ ଲାଗିବ। ପାଖାପାଖି ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଆମେ ପ୍ରସ୍ତୁତ ହୋଇଯିବୁ। ସମସ୍ତ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ରାଜ୍ୟ ସରକାର ଯେବେ ଅନୁମତି ଦେବେ, ସାଧାରଣ ଦର୍ଶନ ଆରମ୍ଭ ହେବ।”

Comments are closed.