ବିଏମସି କର୍ମଚାରୀଙ୍କଠୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ମହାନିଗର ନିଗମ କର୍ମଚାରୀଙ୍କଠୁ ବ୍ରାଉନ ସୁଗାର ଜବତ। ବିଏମସି କର୍ମଚାରୀ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଲିଙ୍ଗରାଜ ପୁଲିସ ହାତରେ ଧରାପଡ଼ିିଛି। ବିଏମସି ଠିକା ପିଅନ ଦିଲ୍ଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ବ୍ରାଉନସୁଗାର ସହ ବିଏମସି ଠିକା ପିଅନ ଦିଲ୍ଲୀପ ବେହେରାଙ୍କ ଠାରୁ ୫ଟି ମୋବାଇଲ, ୪୨ ହଜାର ଟଙ୍କା, ୪୦ ଗ୍ରାମର ସୁନା ଗହଣା, କାର ଜବତ ହୋଇଛି। ଏଥିସହିତ ଦିଲ୍ଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଲିଙ୍ଗରାଜ ପୋଲିସ ସୂଚନା ଦେଇଛି।