Odisha Link
Bridging the Missing Links in Odisha

ଓଡ଼ିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର। ଏନେଇ ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରାଳୟ। ବିଶ୍ୱ ମତ୍ସ୍ୟ ଦିବସରେ ଓଡ଼ିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ରାଜ୍ୟ ସରକାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା।

ଏଥିସହ ଅନ୍ତର୍ଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡିକୁ ମିଳିବ ଶ୍ରେଷ୍ଠ ପୁରସ୍କାର। କଳାହାଣ୍ଡି ଜିଲ୍ଲାକୁ ପୁରସ୍କାର ବାବଦକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅନ୍ତର୍ଦେଶୀୟ ରାଜ୍ୟ ଭାବେ ଉତ୍ତରପ୍ରଦେଶକୁ ମଧ୍ୟ ପୁରସ୍କାର ମିଳିବ। ପାର୍ବତ୍ୟ ଓ ଉତ୍ତର-ପୂର୍ବ ରାଜ୍ୟ ଭାବେ ଆସାମକୁ ପୁରସ୍କାର ପ୍ରଦାନ କରାଯିବ।

Comments are closed.