Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ। ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ମନ୍ଦିର ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି। ଏନେଇ କୌଣସି ଅଧିକାରୀ ସ୍ତରୀୟ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।

କରୋନା ମହାମାରୀ ପାଇଁ ୮ ମାସ ହେବ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି। ଏ ନେଇ ପୂଜକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ଖୋଲିବା ନେଇ ଦୀର୍ଘ ଦିନ ହେବ ବିଚାର ବିମର୍ଷ ଜାରି ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ହେଉଛି।

ଗତକାଲି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେ ନେଇ କମିଟି ନିଷ୍ପତି ନେବ। ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲେଚନା ହୋଇଛି।

Comments are closed.