Odisha Link
Bridging the Missing Links in Odisha

ପୁଣି ଥରେ କଙ୍ଗନାଙ୍କୁ ସମନ

ମୁମ୍ୱାଇ: ବଲିଉଡ କୁଇନ୍ କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ଥରେ ସମନ। ମୁମ୍ୱାଇ ପୁଲିସ୍‌ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କୁ ସମନ କରିଛନ୍ତି। ଆସନ୍ତା ନଭେମ୍ବର ୨୩ ରୁ ୨୪ ତାରିଖ ମଧ୍ୟରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ ମୁମ୍ବାଇ ପୁଲିସ ନିର୍ଦ୍ଦେଶ ଦେଇଛି।

ଭାଇର ବାହାଘର ଥିବାରୁ ଦୁଇ ଭଉଣୀ ମୁମ୍ୱାଇ ପୁଲିସକୁ ସମନ ସ୍ଥଗିତ ରଖିବାକୁ କହିଥିଲେ। ପୂର୍ବରୁ ନଭେମ୍ବର ୯ରେ କଙ୍ଗନାଙ୍କୁ, ରଙ୍ଗୋଲିଙ୍କୁ ନଭେମ୍ବର ୧୦ରେ ସମନ ହୋଇଥିଲା।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ଆପତ୍ତିଜନକ ମନ୍ତବ୍ୟ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁନାୱରୱାଲି ସାହିଲ ଏ ସୟଦଙ୍କ ଅଭିଯୋଗ କ୍ରମେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ମୁମ୍ବାଇ ପୁଲିସ ଏହାପରେ ଦୁଇ ଭଉଣୀଙ୍କୁ ସମନ୍ କରିଥିଲା।

Comments are closed.