Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ପାଇଁ ଦଣ୍ଡାଦେଶ। ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ବାଇକ୍‌ରେ ଗାଁ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା। ଗତକାଲି ସ୍ୱତନ୍ତ୍ର ଜଜ୍ ପୋସ୍କୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି।

Comments are closed.