Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

ଆଠମଲ୍ଲିକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ଏସପି ଜଗମୋହନ ମୀନା ଓ ହଣ୍ଡପା ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ହଣ୍ଡପା ଥାନା ଖୋଲାଗେରେଡା ଅଞ୍ଚଳରେ ପାଖାପାଖି ୧୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାର ଖବର ମିଳିଥିଲା।

ପୁଲିସ ସେହି ଅଞ୍ଚଳରେ ଚଢାଉ କରି ସମସ୍ତ ଗଞ୍ଜେଇ ଗଛକୁ କାଟିବା ସହ ପୋଡି ନଷ୍ଟ କରିଦେଇଛି। ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ଲକ୍ଷ ଟଙ୍କା ହେବ ବୋଲି ହଣ୍ଡପା ଥାନା ସେକେଣ୍ଡ ଅଫିସର ପ୍ରକାଶ କରିଛନ୍ତି।

Comments are closed.