Odisha Link
Bridging the Missing Links in Odisha

କାଲିଠାରୁ ବିଧାନସଭା, ସରିଲା ପ୍ରମୁଖ ଦଳର ବିଧାୟକ ବୈଠକ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। ଏହାର ଗୋଟିଏ ଦିନ ପୂର୍ବରୁ ୩ ଦଳର ରଣନୀତି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ। ପ୍ରାୟ ୫୮ ଜଣ ବିଧାୟକ ବିଧାନସଭା ଭିତରେ ଥିବା ୫୪ ନଂ ହଲ ଏବଂ ୫୩ ଜଣ ନୂଆ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ।

ବୈଠକରେ କୋଭିଡ୍ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ବିରୋଧୀଙ୍କ ପକ୍ଷରୁ ଆଗତ ଯେ କୌଣସି ପ୍ରସଙ୍ଗ ଉପରେ ଦଳ ଆଲୋଚନା କରିବାକୁ ପ୍ରସ୍ତୁତ। ସରକାରଙ୍କ ପକ୍ଷରୁ ଅଧିବେଶନରେ ୧୦ଟି ବିଲ୍ ଆସିବ। ସମସ୍ତେ ଉପସ୍ଥିତ ରହି ସଂସଦୀୟ ପରମ୍ପରାରେ ଭାଗ ନେବାକୁ ବିଜେଡି ସଭାପତି ସମସ୍ତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ବିଜେଡି ବିଧାୟକ ଦଳ ବୈଠକ ଶେଷ। ସରକାରଙ୍କ ପକ୍ଷରୁ ୧୦ଟି ବିଲ୍‌ ଉପସ୍ଥାପିତ ହେବ। ଏହା ଭିତରୁ ତିନୋଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ୍ ଅଣାଯିବ। ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ। ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହରେ ରାଜ୍ୟରେ ବେକାରୀ ସମସ୍ୟାକୁ ଗୁରୁତ୍ୱ ଦିଆଯିବ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ସ୍କୁଲ ଖୋଲିବା ମଧ୍ୟ କଂଗ୍ରେସ ପକ୍ଷରୁ ଉଠାଯିବ।

ସେହିପରି ପୁରୀର ହାଜତ ମୃତ୍ୟୁ ଓ ମାଲକାନଗିରି ଜିଲ୍ଲାପାଳ ଙ୍କ ହତ୍ୟା ମାମଲା ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।
ଅନୁରୂପଭାବେ ବିଜେପି ବିଧାୟକ ଦଳ ବୈଠକରେ ମଧ୍ୟ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଆଗାମୀ ଅଧିବେଶନରେ ରାଜ୍ୟର ଆଇନ ଶୃଙ୍ଖଳା, ସରକାରୀ ଯୋଜନା ଅନିୟମିତତା, ଟୋକନ୍ ବ୍ୟବସ୍ଥା, ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।

Comments are closed.