Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ ମାଟିରେ ରେକର୍ଡ ରଚିବେ କି ବିରାଟ? ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ସରିବା ପରେ ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ମାଟିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିପାକ୍ଷିକ ସିରିଜ। ଏହି ସିରିଜ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଟିମ୍‌ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ କ୍ୟାପଟେନ୍‌ କୋହଲିଙ୍କ ପାଇଁ ମଧ୍ୟ ଏହି ସିିରିଜ ବହୁତ ଖାସ୍‌ ଓ ଗୁରୁତ୍ବପୂର୍ଣ୍ଣ ମଧ୍ୟ। ଏହି ସିରିଜରେ ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି ଅନେକ ରେକର୍ଡ ଓ ଐତିହାସିକ ସଫଳତା ହାସଲ କରିବାର ସୁଯୋଗ ପାଇବେ।

ବିରାଟ ଅଷ୍ଟ୍ରେଲିଆ ମାଟିରେ ଏପର୍ଯ୍ୟନ୍ତ ମୋଟ ୯ଟି ଶତକ ମାରିଛନ୍ତି। ସେମଧ୍ୟରୁ ଟେଷ୍ଟ କ୍ରିକେଟରେ ୬ଟି ମାରିଥିବା ବେଳେ ୩ଟି ଦିନିକିଆରେ ଶତକ ମାରିଛନ୍ତି ବିରାଟ। ହେଲେ ଚଳିତଥର ବିରାଟ ୩ଟି ଟି-୨୦, ୩ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଯଦି ବିରାଟ ଦିନିକିଆ କିମ୍ବା ଟି-୨୦ରେ ଶତକ ମାରନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟି ଫର୍ମାଟରେ ସର୍ବାଧିକ ଶତକ ମାରିଥିବା ଖେଳାଳି ହୋଇଯିବେ।

ସୂଚନାଥାଉକି, ବିରାଟ ଏବେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେକ ହାସଙ୍କ ସମକକ୍ଷ ହୋଇଛନ୍ତି। ଜେକ ହାସ ସମସ୍ତ ଶତକ ଟେଷ୍ଟ କ୍ରିକେଟରେ ହିଁ ମାରିଛନ୍ତି। ଯଦି ବିରାଟ କୋହଲି ଦିବାରାତ୍ରୀ ଟେଷ୍ଟ ମ୍ୟାଚରେ ଶତକ ଅର୍ଜନ କରନ୍ତି ତେବେ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେବେ। କୋହଲି ବର୍ତ୍ତମାନ ସଚିନଙ୍କ ସମକକ୍ଷ ହୋଇଛନ୍ତି। ଉଭୟେ ଅଷ୍ଟ୍ରେଲିଆ ମାଟିରେ ୬ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି।

ଦେଖିବାକୁ ଗଲେ ବିରାଟ ଅଷ୍ଟ୍ରେଲିଆ ମାଟିରେ ୧୧ଟି ଶତକ ମାରିଛନ୍ତି। ହେଲେ ସେ ମଧ୍ୟରୁ ଦୁଇଟି ଶତକ ୨୦୧୫ ବିଶ୍ବକପ୍‌ରେ ମାରିଛନ୍ତି ବିରାଟ। ସେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦୁଇଟି ଶତକ ମାରିଛନ୍ତି।

Comments are closed.