Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୫୧୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ପହଞ୍ଚିଥିବା ବେଳେ ୪ ଲକ୍ଷ ୪୩ ହଜାର ୪୮୬ ଜଣ ଚିକିତ୍ସିତ ହେଉଛନ୍ତି। ୮୫ ଲକ୍ଷ ୬୨ ହଜାର ୬୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ କୁ ବୃଦ୍ଧି ପାଇଛି।

Comments are closed.