Odisha Link
Bridging the Missing Links in Odisha

ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି

ଆଠଗଡ: କଟକ ଜିଲ୍ଲା ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପାଇକପୁର ଛକରୁ ମଞ୍ଚେଶ୍ୱର ଛକ ଯାଏଁ ୧୪୪ ଧାରା ଜାରି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏହି କଟକଣା ଲାଗୁ ହେବା ନାଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ପ୍ରଶାସନ ଜାରି କରାଯାଇଥିଲା। କୋଭିଡ଼ ନିୟମ ଅନୁଯାୟୀ, ଭିଡ଼ ନିୟନ୍ତ୍ରଣ ତଥା ସଂକ୍ରମଣକୁ ରୋକିବା ନେଇ ଏଭଳି କଟକଣା ଲାଗୁ କରାଯାଇଛି।

Comments are closed.