ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଅଗ୍ନିକାଣ୍ଡ

ବରଗଡ଼: ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରୀରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ତାଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଡାକ୍ତରଖାନାର କର୍ମଚାରୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁର ପ୍ରକୋପ ଅତି ଭୟଙ୍କର ଥିବାରୁ ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ତିନି ଘଣ୍ଟାର ଉଦ୍ୟମ ପରେ ତାହା ଆୟତ୍ତ କରିଥିଲେ।
ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଏଥିଯୋଗୁଁ ଶିଶୁ ବିଭାଗ ଓ୍ଵାର୍ଡରେ ଥିବା ଔଷଧପତ୍ର, ସାଲାଇନ୍, ବେଡ୍ ଏବଂ ଡାକ୍ତରଖାନାର ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ଅଙ୍ଗାର ହୋଇଯାଇଛି। ପୋଡ଼ି ଯାଇଥିବା ଔଷଧପତ୍ର ଓ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
Comments are closed.