Odisha Link
Bridging the Missing Links in Odisha

ସୁଶୀଳାଦେବୀଙ୍କ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟସଭାପତି

ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ତଥା ମହାମହିମ ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ୱର୍ଗତାଃ ସୁଶୀଳା ଦେବୀଙ୍କ ଆକସ୍ମିକ ବିୟୋଗ ରାଜ୍ୟବାସୀଙ୍କ ପ୍ରତି ଏକ ଦାରୁଣ ଦୁଃସମ୍ବାଦ।

ଏହି ଖବର ପାଇବା ପରେ ମହାନ୍ତି ରାଜଭବନ ପହଂଚି ତାଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାମହିମଙ୍କୁ ସାହାସ ଓ ଧୈର୍ଯ୍ୟ ପାଇଁ ଶକ୍ତି ଦିଅନ୍ତୁ ବୋଲି ପାର୍ଥନା କରିଛନ୍ତି।

ଓଡିଶାରେ ଅବସ୍ଥାନ କାଳରେ ମହାମହିମ ରାଜ୍ୟପାଳ ଓଡିଶାର ଜନସାଧାରଣ ଓ ମହାପ୍ରଭୃ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଭଳି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଆସିଛନ୍ତି ତା ସହିତ ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ଶେଷ କୃତ୍ୟ ସଂପନ୍ନ ଆଉ ଏକ ନୂଆ ଅଧ୍ୟାୟ ଯୋଡି ଦେଇଛି ବୋଲି ମହାନ୍ତି ପ୍ରକାଶ କରିଛନ୍ତି।

ରାଜ୍ୟ ସଭାପତି ମହାନ୍ତିଙ୍କ ସହିତ ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ ଶେଷ ଦର୍ଶନ ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବିଜେପି ବିଧାୟକଗଣ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ଓ ସୁରମା ପାଢୀ ପ୍ରମୁଖ ରାଜଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Comments are closed.