Odisha Link
Bridging the Missing Links in Odisha

ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା ବସ ସେବା

ଭୁବନେଶ୍ୱର: ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବ ‘ନିଭାର୍‌’। ତେବେ‘ନିଭାର୍‌’ ଭୀଷଣ ବାତ୍ୟାର ରୂପ ନେଉଛି। ଉପକୂଳ ଅତିକ୍ରମରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ।

ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତାମିଲନାଡୁର ୭ଟି ଜିଲ୍ଲାରେ ବସ ସେବା ବନ୍ଦ କରିଦିଆଯାଇଛି। ୭ଟି ଜିଲ୍ଲା ମଧ୍ୟରେ ରହିଛନ୍ତି କୁଡାଲୋର, ନାଗାପଟ୍ଟିନମ୍, ଥାନଜାଭୁର, ତିରୁଭରୁର, ଭିଲୁପୁରମ୍, ଚେଙ୍ଗାଲପାଟ୍ଟୁ ଏବଂ ପୁଡୁକୋଟାଇ।

ଏହା ସହ ବାତ୍ୟା ସମୟରେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ କୁ ନିୟୋଜିତ କରଯାଇଛି। ତାମିଲନାଡ଼ୁ ଓ ପୁଡୁଚେରିରେ ବାତ୍ୟା ମୁକାବିଲା ପାଇଁ ୩୦ଟି ଏନଡିଆରଏଫ ଟିମ୍ କୁ ନିୟୋଜିତ କରାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା।

Comments are closed.