Odisha Link
Bridging the Missing Links in Odisha

ଆଇଆଇଏଫଏଲ ସଂସ୍ଥାରୁ ସୁନା ଲୁଟ୍ ଘଟଣା: ୬ ଅଭିଯୁକ୍ତ ଅଟକ

କଟକ: କଟକର ନୟାସଡ଼କ ସ୍ଥିତ ଆଇଆଇଏଫଏଲ ସଂସ୍ଥାରୁ ଲୁଟ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇ କହିଛନ୍ତି ଯେ ଲୁଟ୍‌ ଘଟଣାରେ ମୁଖ୍ୟ ସୂତ୍ରଧର ଥିଲା ସେହି ଆଇଆଇଏଫ୍‌ଏଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ। ଅଭିଯୁକ୍ତ ଜଣଙ୍କ ହେଲେ ଲାଲା ଅମ୍ରିତ ରାୟ।

ସୂଚନାଅନୁସାରେ, ଉକ୍ତ କର୍ମଚାରୀ ଜଣକ ତାଙ୍କର ଜଣେ ସାଙ୍ଗ ଜରିଆରେ ଏକ ମନ୍ଦିରରେ ଏହି ଲୁଟର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ। ଆଇଆଇଏଫଏଲ ପରିସରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ହେତୁ ଏହି ଯୋଜନାକୁ ଅଭିଯୁକ୍ତମାନେ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଏଥିଲାଗି ଆଇଆଇଏଫଏଲର ସମସ୍ତ କର୍ମଚାରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।

Comments are closed.