Odisha Link
Bridging the Missing Links in Odisha

ବିଧାନସଭା ଆଗରେ ହାଇଡ୍ରାମା: ଡିଜେଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି

ଭୁବନେଶ‌୍ବର: ବିଧାନସଭାର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଆଗରେ ହାଇଡ୍ରାମା। ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ଡିଜେଲ୍ ଢାଳି ହୋଇ ନୟାଗଡ଼ର ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ୍‌ କାବୁ କରିଛି।

କିଛିଦିନ ତଳେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳର ଜଣେ ଯୁବକ ତାଙ୍କ ମାଙ୍କ ବେକରେ ଛୁରୀ ଲଗାଇ ବିଧାନସଭା ବାହାରେ ହାଇଡ୍ରାମା ରଚିଥିଲେ। ବାରମ୍ବାର ବିଧାନସଭା ପରିସରରେ ଏଭଳି କାର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

Comments are closed.