ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଘରେ ଇଡି ରେଡ୍

ମୁମ୍ବାଇ: ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ଇଡି ରେଡ୍ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା।
ତାଙ୍କର ଏକାଧିକ ଠିକଣାରେ ରେଡ୍ ହୋଇଥିବା ଜଣାପଡ଼ିଛି। ଥାନେ ଅନ୍ତର୍ଗତ ଓଭାଲା-ମାଜିୱାଦା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ପ୍ରତାପ। ନିକଟରେ ସେ ବଲିଉଡ ଅଭିନେତା କଙ୍ଗନା ରାଣାୱତଙ୍କୁ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଥିଲେ।
କଙ୍ଗନା ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରିଥିବାରୁ ପ୍ରତାପ ଏଭଳି ଦାବି କରି ଚର୍ଚ୍ଚାକୁ ଆସିଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ରେଡ୍ ଏବେ ବି ଜାରି ରହିଛି। ରୋଡ୍ ର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।