Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ୱେସକୋ ଯନ୍ତ୍ରୀ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ।

ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ଦେଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଟାଙ୍ଗର ଗାଁରେ ଟ୍ରାନ୍ସଫର୍ମ ଲଗାଇବା ପାଇଁ ଯଶୋବନ୍ତ ଲାଞ୍ଚ ନେଉଥିବା ବଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।