Odisha Link
Bridging the Missing Links in Odisha

ବିଧାନସଭା: ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍। ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏହି ବିଲ୍‌ର ଆଲୋଚନାରେ ବିଜେପି ଦଳ ସଦସ୍ୟ ଭାଗ ନେଲେ ନାହିଁ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କରୋନା କଟକଣା ଭିତରେ ମାତ୍ର ୧୦ ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ।

Comments are closed.