Odisha Link
Bridging the Missing Links in Odisha

୨ୟ ଦିନିକିଆ ହାରିଲା ଭାରତ, ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ସିଡନୀ: ୨ୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୫୧ ରନରେ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରିଛି। ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ କବ୍‌ଜା କରିଛି। ଆଉ ଗୋଟିଏ ମ୍ୟାଚ୍ ବାକି ଥିବା ବେଳେ ଦଳ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି।

ଆଜି ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ୪ ଓ୍ବିକେଟ ହରାଇ ୩୮୯ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଓ୍ବାର୍ଣ୍ଣର ୮୩, ଆରନ ଫିଞ୍ଚ୍ ୬୦ ରନ, ଷ୍ଟିଭେନ ସ୍ମିଥ ୧୦୪, ମାର୍ନସ ଲାବୁସାନ ୭୦ ଓ ମାକ୍ସଓ୍ବେଲ ୬୩ରନ କରିଥିଲେ।

୩୯୦ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ ମୟଙ୍କ ଅଗ୍ରଓ୍ବାଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ । ୩୦ ରନ କରି ଧଓ୍ବନ ଆଉଟ ହେବା ପରେ ଆସିଥିବା ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ୮୯ ରନ କରିଥିଲେ । ସେ ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଆୟର ୩୮ ଓ ରାହୁଲ ୭୬ରନ କରିଥିଲେ। ତେବେ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ। ଫଳରେ ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୩୮ ରନ କରିଥିଲା

Comments are closed.