Odisha Link
Bridging the Missing Links in Odisha

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ କଣ ରହିବ ଏହାର ପ୍ରଭାବ ଜାଣନ୍ତୁ…

ଭୁବନେଶ୍ୱର: ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ। ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ରଗ୍ରହଣ। ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ।

ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ, ଯାହା ଦିଗ୍‌ବଳୟ ତଳେ ଥିବ। ଏହା ସର୍ବାଧିକ ଅପରାହ୍ନ ୩ଟା ଯାଏଁ ରହିବ। ଏହା ମଧ୍ୟ ଦିଗବଳୟ ତଳେ ରହିଥିବ। ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା ୨୩ମିନିଟରେ ଓଡ଼ିଶାରେ ଦୃଶ୍ୟମାନ ହେବ, କିନ୍ତୁ ଏହାକୁ ଖାଲି ଆଖିରେ ଦେଖିହେବ ନାହିଁ।

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

ଉପଛାୟା ଗ୍ରହଣ କଣ ?

ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରେ। ଯେତେବେଳେ ଚନ୍ଦ୍ରମା ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ ନ କରି ବାହାରକୁ ବାହାରି ଆସିଥାଏ ସେତେବେଳେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ।

ଚନ୍ଦ୍ରମା ଯେତେବେଳେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରେ ସେତେବେଳେ ଏହାକୁ ପୂର୍ଣ୍ଣ ରୂପେ ଚନ୍ଦ୍ର ଗ୍ରହଣ କୁହାଯାଏ।

Comments are closed.