Odisha Link
Bridging the Missing Links in Odisha

ବିନିକାରେ ଥମୁନି ହାତୀ ଆତଙ୍କ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥମୁନି ହାତୀ ଆତଙ୍କ। ବିନିକା ଅଞ୍ଚଳରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଝରାପଡା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ପରିବା ସହ ଧାନଚାଷ ନଷ୍ଟ କରି ଦେଇଛନ୍ତି।

ପ୍ରାୟ ଗତ ୧୨ ଦିନ ହେଲା ଉଲୁଣ୍ଡା ରେଞ୍ଜ ଅଂଚଳରୁ ୪୦ଟି ହାତୀ ମହାନଦୀ ଡେଇଁ ଆସି ବିନିକା ବନାଞ୍ଚଳରେ ଉପଦ୍ରବ କରୁଛନ୍ତି। ଝରାପଡ଼ା, ସିନ୍ଦୁରପୁର, ଗଣେଶପୁର, କେଉଟପଡ଼ା ଗାଁରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ଉଦ୍ୟମ ପରେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ସଫଳତା ମିଳିପାରୁନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗିରହିବା ସହିତ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Comments are closed.