Odisha Link
Bridging the Missing Links in Odisha

ମାସକୁ ୭୦ ହଜାର ଟଙ୍କା ଘର ଭଡ଼ା ଦେଉଥିଲା ଟ୍ୟାକ୍ସି ଡ଼୍ରାଇଭର, ଘରୁ ମିଳିଲା ଏହି ସବୁ ଦ୍ରବ୍ୟ

ମୁମ୍ବାଇ: ଜଣେ ଟ୍ରାକ୍ସି ଡ଼୍ରାଇଭର ଘର ଉପରେ ଚଢ଼ଉ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଉକ୍ତ ଟ୍ୟାକ୍ସି ଡ଼୍ରାଇଭରର ଜମା ଓ ଋଣର ହିସାବ ଦେବାକୁ ବ୍ୟାଙ୍କକୁ ଅନୁରୋଧ କରିଛି ଏନସିବି।

ଡ଼୍ରାଇଭର ଜଣକ ହେଲେ ନବାବ ଶେଖ। ସେ ଦକ୍ଷିଣ ମୁମ୍ବାଇର ଲାମିଙ୍ଗଟନ ରୋଡ଼ରେ ଅସ୍ଥିତ ପ୍ଲସ ନାଥାନି ହାଇଟ୍ସ ହାଇରାଇଝ ଆପାର୍ଟମେଣ୍ଟରେ ରୁହନ୍ତି। ୬୦ମହଲାର ଏହି ବିଶାଳ ଅଟ୍ଟାଳିକାର ୨୫ ମହଲାରେ ଶେଖ ଓ ତାଙ୍କ ପରିବାର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଏଥିପାଇଁ ତାଙ୍କୁ ମାସିକ ୭୦ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା ।

ସୂଚନା ଅନୁଯାଇ, ଏହି ଚଢ଼ଉ ସମୟରେ ଶେଖଙ୍କ ଫ୍ଲାଟରୁ ୧୦ ଟି ବ୍ଲଟ୍ ଏଲ୍ଏସଡ଼ି ଏବଂ ୩୨.୯ ଗ୍ରାମ ଡ଼୍ରଗ୍ସ ଜବତ କରାଯାଇଛି । ଡ୍ରଗ୍ ଯୋଗାଣ ପାଇଁ ତାଙ୍କ ବାସଭବନକୁ ଆସିଥିବା ଜଣେ ଗ୍ରାହକକୁ ମଧ୍ୟ ଏନସିବି ଗିରଫ କରିଛି ।

ଏନସିବି ବ୍ୟାଙ୍କରୁ ଶେଖଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ କାରବାର ବିବରଣୀ ସମ୍ବନ୍ଧରେ ସୂଚନା ଗ୍ରହଣ କଲା ପରେ, ଯଦି ସେ ଆଇନଗତ ଆୟର ସବିଶେଷ ତଥ୍ୟ ପ୍ରଦାନ କରିବାରେ ବିଫଳ ହୁଅନ୍ତି ତେବେ ଏନସିବି ଜବତ କରିଥିବା ଦୁଇଟି ଦାମୀ ଗାଡ଼ି ଏବଂ ସମ୍ପତ୍ତି ସମେତ ସମସ୍ତ ସମ୍ପତ୍ତି ସଂଲଗ୍ନ କରିବ।

Comments are closed.