Odisha Link
Bridging the Missing Links in Odisha

ଫିଲ୍ମ ସୁଟିଂ ବେଳେ ବ୍ରେନ୍‌ ଷ୍ଟ୍ରୋକ୍, ଆଇସିୟୁରେ ‘ଆଶିକି’ ହିରୋ

ମୁମ୍ୱାଇ: ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଆଶିକି’ ହିରୋ ତଥା ଅଭିନେତା ରାହୁଲ ରୟ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଛନ୍ତି। କାର୍ଗିଲରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇ ମୁମ୍ବାଇ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ରାହୁଲ ଚଳଚ୍ଚିତ୍ର ‘ଲାକ୍‌-ଲିଭ୍‌ ଦ ବ୍ୟାଟେଲ୍‌’ର ସୁଟିଂ କରୁଥିବା ବେଳେ କାର୍ଗିଲର ଅତ୍ୟଧିକ ଥଣ୍ଡା ପାଣିପାଗ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି।

ରାହୁଲଙ୍କର ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଲିଉଡର ବିଭିନ୍ନ କଳାକାର ଓ ଫ୍ୟାନ୍ସ ରାହୁଲ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅସୁସ୍ଥ ହେବା ଯୋଗୁଁ ରାହୁଲଙ୍କୁ ନାନାବତୀ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ପ୍ରୋଗ୍ରେସିଭ୍‌ ବ୍ରେନ୍‌ ଷ୍ଟ୍ରୋକ ଆସିବା ଯୋଗୁଁ ରାହୁଲଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଟ୍ରିଟମେଣ୍ଟ ଜାରିରହିଛି ଏବଂ ଠିକ୍‌ ହେବା ପାଇଁ ସମୟ ଲାଗିବ।

ସୂଚନାଯୋଗ୍ୟ, ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି’ରେ ରାହୁଲ ଡେବ୍ୟୁ କରିଥିଲେ। ଫିଲ୍ମଟି ସୁପରହିଟ୍ ହେବା ପରେ ରାହୁଲ ୪୭ଟି ଫିଲ୍ମରେ ସାଇନ୍‌ କରିଥିଲେ। ହେଲେ କୌଣସି ଫିଲ୍ମରେ ସଫଳତା ପାଇପାରିନଥିଲେ। ଏହାପରେ ରାହୁଲ ୨୦୦୬ରେ ‘ବିଗବସ୍‌’ ସିଜନ୍‌-୧ର ଟାଇଟଲ୍‌ ଜିତି ଚର୍ଚ୍ଚାରେ ରହିଥିଲେ।

ଲମ୍ୱା ସମୟ ପରେ ରାହୁଲଙ୍କୁ ଫ୍ୟାନ୍ସ ‘ଲାକ୍‌-ଲିଭ୍‌ ଦ ବ୍ୟାଟେଲ୍‌’ ଫିଲ୍ମରେ ଦେଖିବାକୁ ପାଇଥା’ନ୍ତେ। ଯାହାର ଶୁଟିଂରେ କାରଗିଲ୍‌ରେ କରାଯାଉଛି। କିନ୍ତୁ ରାହୁଲ ଅସୁସ୍ଥ ହେବା ପରେ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି।

Comments are closed.