Odisha Link
Bridging the Missing Links in Odisha

ଆସନ୍ତାକାଲି ଶିବସେନାରେ ଯୋଗଦେବେ ଉର୍ମିଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶିବସେନାରେ ଯୋଗଦେବେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ହର୍ଷଲ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉର୍ମିଳା ଶିବସେନାରେ ଯୋଗଦେବେ।

ରାଜ୍ୟପାଳଙ୍କ କୋଟାରେ ବିଧାନ ପରିଷଦକୁ ମନୋନୀତ କରିବାକୁ ଶିବସେନା ଉର୍ମିଳାଙ୍କ ନାମ ରାଜ୍ୟପାଳ ବି.ଏସ୍ କୋଶିୟାରୀଙ୍କ ନିକଟକୁ ପଠାଇଛି। ଏହା ବ୍ୟତୀତ ମହା ବିକାଶ ଆଗାଡି ଏହି କୋଟା ପାଇଁ ଆଉ ୧୧ଟି ନାମ ପଠାଇଛି। ତେବେ ରାଜ୍ୟପାଳ ଏପର୍ଯ୍ୟନ୍ତ ଏହି ୧୨ନାମକୁ ଅନୁମୋଦନ କରିନାହାଁନ୍ତି।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଉର୍ମିଳା ମୁମ୍ବାଇ ଉତ୍ତର ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପରେ କଂଗ୍ରେସର ମୁମ୍ବାଇ ୟୁନିଟ୍ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିଥିଲେ। ନିକଟରେ ଉର୍ମିଲା ମାତୋନ୍ଦକର ମୁମ୍ବଇକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସହିତ ତୁଳନା କରି କଙ୍ଗନା ରାନାୱତଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Comments are closed.