Odisha Link
Bridging the Missing Links in Odisha

‘ପରୀ’ ହତ୍ୟା ମାମଲା: ନରସିଂହଙ୍କୁ ସାଲୁଜାଙ୍କ ଟାର୍ଗେଟ

ଭୁବନେଶ୍ୱର: ‘ପରୀ’ ହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର ଦଳ ଭିତରେ ଥିବା କନ୍ଦଳ ସାମ୍ନାକୁ ଆସିଛି। ପରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ସାଲୁଜା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗରେ ଗୃହରେ ଚୁପ ରହିବାର କାରଣ କହିଛନ୍ତି। ଚୁପ ରହିବାର କାରଣ, କଂଗ୍ରେସ ବିଧାୟକ ଦଳ ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ ବୋଲି ଶ୍ରୀ ସାଲୁଜା କହିଛନ୍ତି।

ସେ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଦଳ ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ। ମୁଁ ତ ସନ୍ତୁଷ୍ଟ ନୁହେଁ, କିନ୍ତୁ ତାଙ୍କ ନିଷ୍ପତ୍ତି ଆମେ ମାନିବାକୁ ବାଧ୍ୟ।

ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପି ବିଧାନସଭା ଚଳାଇ ଦେଲାନି। ସରକାର ଡରିକି ମାସକ ଆଗରୁ ବିଧାନସଭା ବନ୍ଦ କରିଦେଲେ। ପରୀ ପ୍ରସଙ୍ଗରେ ବିଜେପି ମାଇଲେଜ ନେଇଛି। ଆଗକୁ ବି ନେବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି।

Comments are closed.