Odisha Link
Bridging the Missing Links in Odisha

ଆଜି ଏକାମ୍ରକ୍ଷେତ୍ରର ଉନ୍ନତିକରଣ ନେଇ ସମୀକ୍ଷା କରିବେ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଲିଙ୍ଗରାଜ ମନ୍ଦିର ଗସ୍ତ କରି ଏକାମ୍ରକ୍ଷେତ୍ର ଉନ୍ନତିକରଣର ସମୀକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିବା ସହ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିବେ।

ଏକାମ୍ରକ୍ଷେତ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପରେ ଅପରାହ୍ନ ୫ଟା ସମୟରେ ଗଣମାଧ୍ୟମକୁ ଲିଙ୍ଗରାଜ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ନବୀନ ସୂଚନା ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ପୁରୀ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।

Comments are closed.