୩ ବର୍ଷ ପରେ ଏକ ନମ୍ୱରରୁ ହଟିଲେ ମୋଦି, ଆଗରେ ରହିଲେ…

ମୁମ୍ୱାଇ: ଆଉ ୨୮ ଦିନ ପରେ ଶେଷ ହେବ ୨୦୨୦ ବର୍ଷ। ଚଳିତ ବର୍ଷ ସାରା ବିଶ୍ବ ପାଇଁ ଏକ କାଳ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମହାମାରୀ କରୋନାର କରାଳ ରୂପ ସାରା ବିଶ୍ବକୁ ଆତଙ୍କିତ କରି ଦେଇଛି। ଅନ୍ୟପଟେ ୨୦୨୦ ବର୍ଷରେ ଅନେକ ଘଟଣାବହୁଳ ଥିଲା ବଲିଉଡ ଲାଗି, ସେଥିମଧ୍ୟରୁ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସର୍ଚ୍ଚ ଇଞ୍ଜିନ୍ ୟାହୁ ୨୦୨୦ରେ ଅଧିକ ଥର ସର୍ଚ୍ଚ କରାଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି। ପ୍ରକାଶ ପାଇଥିବା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି।
ସେପଟେ ଚଳିତ ବର୍ଷରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ମହିଳା ସେଲିବ୍ରିଟି ତାଲିକାରେ ଅଛନ୍ତି ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏହାର ଅର୍ଥ ଜୁନ୍ ୧୪ରେ ମୁମ୍ବାଇ ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି।
ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ତାଲିକାର ଏକ ନମ୍ବର ସ୍ଥାନରେ ନାହାନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ , ଏହାପରେ ରାହୁଲ ଗାନ୍ଧୀ, ଅମିତ୍ ଶାହ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିଓ୍ୱାଲ, ମମତା ବାନାର୍ଜୀ, ଅମିତାଭ ବଚ୍ଚନ ଓ ଅଭିନେତ୍ରୀ କଙ୍ଗନା ରହିଛନ୍ତି।