Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ

ମୁମ୍ବାଇ: ଟେଲିଭିଜନ ଜଗତରେ ଦୁଃଖର ଲହରି ଖେଳି ଯାଇଛି। ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି।

ସେ ବହୁତ ଦିନ ହେବ ଏହି ଧାରାବାହିରେ କାମ କରୁଥିଲେ। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ।

ଅଭିଷେକ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ସେ ସାଇବର ଠକାମିର ଶିକାର ହୋଇଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା। ତାଙ୍କ ମୃତ୍ୟୁ ପରଠୁ ଟଙ୍କା ଫେରାଇବାକୁ ଲଗାତାର ଫୋନ୍ ଆସୁଛି। ଅଭିଷେକ ସେମାନଙ୍କୁ ଲୋନରେ ଗ୍ୟାରେଣ୍ଟର କରିଥିଲେ।

ଅଭିଷେକ ମକଓ୍ବାନା ନଭେମ୍ବର ୨୭ତାରିଖରେ ତାଙ୍କ କାନ୍ଦିବଲି ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହା ପରେ ପୋଲିସ୍ ଏହି ମାମଲାରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା।

Comments are closed.