Odisha Link
Bridging the Missing Links in Odisha

ଟାଟାର ସ୍ପଷ୍ଟୋକ୍ତି, ଆକାଶ ଟାଟାର କର୍ମଚାରୀ ନଥିଲେ

ଭୁବନେଶ୍ୱର: ଆକାଶ ପାଠକ ଟାଟାର କର୍ମଚାରୀ ନଥିଲେ। ଏ ନେଇ ପୁଣିଥରେ ସ୍ପଷ୍ଟୀକରଣ ରଖିଛି ଟାଟା। ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କୋଟି କୋଟି ଟଙ୍କା ଆଦାୟ ଅଭିଯୋଗ ଥିଲା।

ଅନ୍ୟପକ୍ଷରେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲେ। ହେଲେ ଏବେ ଟାଟା ମୋତେ ସପୋର୍ଟ କରୁନାହିଁ। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଜଣାଇବି। ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ଆକାଶ ଅଭିଯୋଗ କରିଛନ୍ତି।

ଲକଡାଉନ୍ ସମୟରେ ଠକ ଆକାଶ ନିଜକୁ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ପରିଚୟ ଦେଇ ସ୍କାଏ କିଙ୍ଗ ଠାରୁ ଚାର୍ଟର ଫ୍ଲାଇଟ ବୁକିଂ କରିଥିଲେ। ଏପରିକି ଫ୍ଲାଇଟ୍ ବୁକିଂ ପରେ GST ବାବଦ ଅର୍ଥ ଟାଟା କମ୍ପାନୀକୁ ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏସବୁକୁ ଖଣ୍ଡନ କରିଛନ୍ତି ଟାଟା କର୍ତ୍ତୃପକ୍ଷ। ଏପରିକି ସ୍କାଏ କିଙ୍ଗ୍ ସଂସ୍ଥା ଟାଟାର ଭେଣ୍ଡର ନୁହେଁ ବୋଲି ରୋକଠୋକ୍ ଜଣାଇଛି କମ୍ପନୀ।

ଚାକିରି ନାଁରେ ଠକେଇ ମାମଲାରେ ଆକାଶ ପାଠକ ଗିରଫ ହେବା ପରେ ସ୍କାଏ କିଙ୍ଗ୍ କର୍ତ୍ତୃପକ୍ଷ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ଆକାଶ କେତେଥର ଫ୍ଲାଇଟ୍ ବୁକ୍ କରିଥିଲେ ଓ କେତେ ଟଙ୍କାର କାରବାର ହୋଇଥିଲା ସେନେଇ ସବୁ ତଥ୍ୟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ଆକାଶ ବିମାନ ଭଡ଼ା ବାବଦକୁ ଆହୁରି ୬୫ଲକ୍ଷ ଟଙ୍କା ବାକି ରଖିଥିବା ଅଭିଯୋଗ କରିଥିଲା ସ୍କାଏ କିଙ୍ଗ୍।

Comments are closed.