Odisha Link
Bridging the Missing Links in Odisha

ଦିଲ୍ଲୀରେ ଏନକାଉଣ୍ଟର: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଶକରପୁରରେ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ। ଧରାପଡିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ପଞ୍ଜାବ ଓ ତିନିଜଣ କଶ୍ମୀରର ବୋଲି ଜଣାପଡ଼ିଛି।

ଡିସିପି ସ୍ପେଶାଲ ସେଲ୍ ପ୍ରମୋଦ କୁଶଓ୍ବାହ କହିଛନ୍ତି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଶକରପୁରରେ ୫ଜଣ ଏନକାଉଣ୍ଟରେ ଧରାପଡିଛନ୍ତି। ସେମାନଙ୍କ ଭିତରୁ ୩ ଜଣ କଶ୍ମୀର ଓ ୨ ଜଣ ପଞ୍ଜାବର ଅଛନ୍ତି। ଏଥିସହିତ କୁଶଓ୍ବାହ କହିଛନ୍ତି, ଏମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।

ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦ୍ବାରା ଡ୍ରଗ୍ସ କାରବାର ପାଇଁ ସର୍ପୋଟ ମିଳିଛି। ଏହି ୫ ଜଣ କେଉଁ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ।

Comments are closed.