Odisha Link
Bridging the Missing Links in Odisha

ସ୍କୁଲ ଫି’ ମାମଲା, ସତ୍ୟପାଠ ଦାଖଲ କଲେ ସରକାର

କଟକ: ଆଜି ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ହ୍ରାସ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଫି’ ନିୟନ୍ତ୍ରଣ କରିବାର କ୍ଷମତା ସରକାରଙ୍କର ନାହିଁ ବୋଲି ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥିସହ ସହ ଏହି ମାମଲାର ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ। ଗତ ୨ ତାରିଖରେ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଥିଲେ ସରକାର। ତେବେ ଆଇନ କାହିଁକି ନାହିଁ, ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଥିଲେ।

ସୋମବାର ମାମଲାର ପୁନଃ ଶୁଣାଣି କରିବା ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ସ୍କୁଲ ଫି’ ହ୍ରାସ କରିବା ନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣି ଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ। ତେବେ ସରକାର ସେନେଇ ତଥ୍ୟ ଦେବା ପରେ, ଆବେଦନକାରୀ ଏହା ଉପରେ ପ୍ରତି ଜବାବ ଦାଖଲ କରିବେ ବୋଲି କହିଥିଲେ ଆବେଦନକାରୀଙ୍କ ଓକିଲ।

Comments are closed.