Odisha Link
Bridging the Missing Links in Odisha

ଭକ୍ତଙ୍କ ଅପେକ୍ଷାର ଅନ୍ତ, ଖୋଲିବ ଶ୍ରୀମନ୍ଦିର

ପୁରୀ: ଦୀର୍ଘ ନଅ ମାସ ପରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ହେବ। ଅତିଶୀଘ୍ର ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି। ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ। କେବଳ ନୀତିକାନ୍ତି ହିଁ ସମ୍ପାଦନ ହେଉଛି। ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ।

ତେବେ ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଛତିଶା ନିଯୋଗ ବୈଠକ ପରେ ସେ ଏହା କହିଛନ୍ତି। ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୨ ଦିନ ମଧ୍ୟରେ ସରକାରଙ୍କୁ ସୁପାରିସ କରାଯିବ । ୨୨ ରୁ ୨୪ ତାରିଖ ମଧ୍ୟରେ ଖୋଲିବା ପାଇଁ ସରକାରଙ୍କୁ କୁହାଯିବ। ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ। ପ୍ରଥମେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ମିଳିବ। କରୋନା କଟକଣାରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ୩ ତାରିଖରୁ ସାଧାରଣ ଦର୍ଶନ ଜାରି ରହିବ। ୩ ତାରିଖରୁ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ତେବେ ୬୫ ବର୍ଷରୁ ଅଧିକ ବୟସର ଲୋକ ଓ ଛୋଟ ପିଲାଙ୍କୁ ମନ୍ଦିର ନଆସିବା ପାଇଁ ପରାମର୍ଶ ଦିଆଯାଇଛି।

୩ ତାରିଖ ପରେ ପୁରୀ ବାହାର ଲୋକ ଦର୍ଶନ କରିପାରିବେ। ଏହାସହ ସମସ୍ତ ଦ୍ୱାରକୁ ସାନିଟାଇଜ୍ କରାଯିବ। ଏଥିପାଇଁ ଏସଓପି ଜାରି କରାଯିବ। ତେବେ ନେଗେଟିଭ୍ ରିପୋର୍ଟ ଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

Comments are closed.