Odisha Link
Bridging the Missing Links in Odisha

ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ ଆକାଶ ପାଠକ : କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଠକେଇ କରିଥିଲେ। ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା। ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି। ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା।

ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇଦେବା ନେଇ ଟଙ୍କା ଆସୁଥିଲା। ଟଙ୍କା ନେଇ ଆଶାୟୀଙ୍କୁ ଜେଲ କାଗଜପତ୍ର ଦେଉଥିଲେ। ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ବେଳେ ୪ ଜଣ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ବିପୁଳ ପରିମାଣର ଅର୍ଥ ପଠାଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଏଡିଜି କହିଛନ୍ତି ଯେ, ଯେଉଁମାନେ ବି ଏହି ଠକାମୀରେ ଶିକାର ହୋଇଛନ୍ତି,ସେମାନେ ଭୟ ନକରି ସାମନାକୁ ଆସିବା ଆବଶ୍ୟକ। ଗତକାଲିଠୁ ଆକାଶ ପାଠକଙ୍କୁ ୫ ଦିନିଅର ରିମାଣ୍ଡରେ ନେଇଛି କ୍ରାଇମିବ୍ରଞ୍ଚ।

Comments are closed.