Odisha Link
Bridging the Missing Links in Odisha

ପୁଣି ଫିଟ୍‌ନେସ୍‌ ଟେଷ୍ଟ ଦେବେ ରୋହିତ ଶର୍ମା‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ:‌ ପୁଣି ଥରେ ଫିଟ୍‌ନେସ୍‌ ଟେଷ୍ଟ ଦେବେ ଇଣ୍ଡିଆର ଷ୍ଟାର ଖେଳାଳି‌ ରୋହିତ ଶର୍ମା। ଶୁକ୍ରବାର ଜାତୀୟ କ୍ରିକେଟ ଏକାଡେମୀରୁ ଫିଟ୍‌ ନେସ୍‌ ଟେଷ୍ଟରେ ପାସ୍‌ କରିଥିବା ରୋହିତ ପୁଣିଥରେ ଦେବେ ଫିଟ୍‌ ନେସ୍‌ ଟେଷ୍ଟ। ଏନେଇ ବସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ମଧ୍ୟ ତାଙ୍କର ଫିଟ୍‌ନେସ୍‌ ଟେଷ୍ଟ କରାଯିବ। ଯଦି ରୋହିତ ସେଠାରେ ଫିଟ୍‌ନେସ୍‌ ଟେଷ୍ଟରେ ପାସ୍‌ କରନ୍ତି ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଟେଷ୍ଟ ମ୍ୟାଚ୍‌ ପାଇଁ ଉପଲବ୍ଧ ହୋଇ ପାରିବେ।

ଅପରପକ୍ଷେରେ ରୋହିତ କେବେ ରୋହିତ ଅଷ୍ଟ୍ରେଲିଆ ଗସ୍ତ କରିବେ ତାହା ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟ୍ୟନ୍ତ ଦିଆଯାଇ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦିନେ କି ଦୁଇ ଦିନ ମଧ୍ୟରେ ରୋହିତ ଅଷ୍ଟ୍ରେଲିଆ ଗସ୍ତ କରି ପାରନ୍ତି। ସେ ଅଷ୍ଟ୍ରେଲିଆରେ ପହଁଞ୍ଚିବା ପରେ କରୋନା ପ୍ରୋଟୋକଲ୍‌ ମଧ୍ୟରେ ୧୪ ଦିନିଆ କ୍ବାରାଣ୍ଟିନରେ ରହିବେ। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବିକ ରୋହିତ ହୋଟେଲରେ ରହିବା ମଧ୍ୟରେ ଫିଟ୍‌ନେସ୍‌କୁ ନେଇ କ’ଣ କରିବେ ସେ ନେଇ ବିସିସିଆଇ ପକ୍ଷରୁ ସୂଚୀ ପ୍ରସ୍ତୁତ କରାଯାଉଛି।

ଏହାପରେ ରୋହିତଙ୍କ କ୍ବାରାଣ୍ଟିନ୍‌ ଅବଧୀ ଶେଷ ହେବା ପରେ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କର ଫିଟ୍‌ନେସ୍‌ ପରୀକ୍ଷା କରିବେ। ପରେ ଶେଷ ଦୁଇ ଟେଷ୍ଟ ମ୍ୟାଚରେ ରୋହିତ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ।

ପ୍ରକାଶ ଯେ, ଶୁକ୍ରବାର ରୋହିତଙ୍କ ଫିଟନେସକୁ ନେଇ ନ୍ୟାସନାଲ ଏକାଡେମୀ (ଏସିଏ) ନିଜର ଫାଇନାଲ ରିପୋର୍ଟ ବିସିସିଆଇକୁ ପ୍ରଦାନ କରିଛି। ରିପୋର୍ଟ ଅନୁସାରେ, ରୋହିତ ଫିଟ୍ ଅଛନ୍ତି ଓ ସେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିବେ। ରୋହିତ ଏବେ ମୁମ୍ବାଇରେ ଅଛନ୍ତି। କୁହାଯାଉଛି ଯେ, ଆଗାମୀ ଦୁଇ ଦିନ ତାଙ୍କର ଅଷ୍ଟ୍ରେଲିଆ ଯିବାକୁ ନେଇ ନିଷ୍ପତ୍ତି ନିଆଯାଇପାରେ।

Comments are closed.