Odisha Link
Bridging the Missing Links in Odisha

ଫଲସ ନଷ୍ଟ କରିବା ସହିତ ଘର ଭାଙ୍ଗିଲେ ହାତୀ

ପାଟଣା : ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶହ ଶହ ଧାନ ଖାଇ ନଷ୍ଟ କରିବା ସହିତ ଗ୍ରାମର ୫ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ସିରିକୁଆଁ ଗ୍ରାମରେ ଦେଖିବାକୁ ମିଳିଛି।

ସିରିକୁଆଁ ଗ୍ରାମର ଦୈତାରି ମହାନ୍ତ, ରାସ ମହାନ୍ତ, ବନମାଳୀ ମହାନ୍ତ, ଦାମଦୋର ମହାନ୍ତ, ଓ ଶତ୍ରୁଘ୍ନ ମହାନ୍ତଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରିଛନ୍ତି। ହାତୀପଲରେ ୨୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.