Odisha Link
Bridging the Missing Links in Odisha

ଜବତ ହୋଇଥିବା ସୁନାରୁ ୧୦୦ କେଜି ଗାଏବ, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ଚେନ୍ନାଇ: ସିବିଆଇ ଜବତ କରିଥିବା ୧୦୩ କିଲୋଗ୍ରାମ ଓଜନର ସୁନା ଗାଏବ ହୋଇଯାଇଥିବା ସୂଚନା ମିଳିଛି।ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ସୁନାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ। ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦେବା ପରେ ଏହା ଲୋକଲୋଚନକୁ ଆସିଛି।

ସୂଚନାଅନୁସାରେ,ସିବିଆଇ ୨୦୧୨ରେ ଚେନ୍ନାଇର ସୁରାନା କର୍ପୋରେଶନ କାର୍ଯ୍ୟାଳୟରେ ଚଢ଼ାଉ କରିବା ସମୟରେ ୪୦୦.୫ କିଲୋଗ୍ରାମ ଓଜନର ସୁନା ଜବତ କରିଥିଲା। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ ସ୍ବତନ୍ତ୍ର ଅଦାଲତକୁ ସୁନା ରହିଥିବା ତିଜୋରିର ୭୨ଟି ଚାବି ପ୍ରଦାନ କରାଯାଇଥିଲା।

ପୁଣି ସିବିଆଇ ଦାବି କରି କହିଛି ଯେ, ଯେତେବେଳେସୁନା ଜବତ ହୋଇଥିଲା ସେତେବେଳେ ସୁନାର ସମସ୍ତ ରଡ୍‌କୁ ଏକାସଙ୍ଗେ ଓଜନ କରାଯାଇଥିଲା।  ସୁନାକୁ ଅଲଗା ଅଲଗା ଓଜନ କରାଗଲା, ଯେଉଁଥିରେ ଗଡ଼ବଡ଼ ହୋଇଛି।

ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରକାଶ ସିବିଆଇର ଏହି ଦାବିକୁ ମାନିବାକୁ ମନା କରିଦେଇଛନ୍ତି। ସେ ସିବି-ସିଆଇଡିର ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାମଲାର ତଦନ୍ତ ଦାୟିତ୍ଵ ଦେବା ସହିତ ୬ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

Comments are closed.