Odisha Link
Bridging the Missing Links in Odisha

ରାଜଧାନୀର ବିଭିନ୍ନ ବାରରେ କମିଶନରେଟ୍ ପୁଲିସର ଚଢ଼ାଉ

ଭୁବନେଶ୍ବର: କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକରେ ଗତକାଲି ରାତିରେ ଉପରେ ଚଢ଼ାଉ କରାଯାଇଛି।। ଚଢ଼ାଉ ବେଳେ କଟକ ରୋଡ଼ରେ ଥିବା ସ୍ବାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡବୁଲ ପବକୁ ସିଲ କରାଯାଇଛି।

ବାରରେ ମଦ ବିକ୍ରି ପାଇଁ ଅନୁମତି ଥିଲାବେଳେ ଉପରୋକ୍ତ ବାରରେ ଗ୍ରାହକଙ୍କୁ ବସାଇ ମଦ ପରିବେଷଣ କରାଯାଉଥିଲା। ୨୦ରୁ ଊର୍ଦ୍ଧ୍ବ ବାରରେ ଚଢଉ ହୋଇଥିବା ଜଣାପଡିଛି। ସିଲ ହୋଇଥିବା ବାରର ଗ୍ରାହକ ଓ ମ୍ୟାନେଜରଙ୍କଠାରୁ ଜୋରିମାନା ୩୨,୦୦୦ଟଙ୍କା ଆଦାୟ କରାଯାଇଛି।

ପ୍ରକାଶ ଯେ, ବିଭିନ୍ନ ବାର କୋଭିଡ କଟକଣାର ଅବମାନନା କରୁଥିବା ନେଇ ଅଭିେଯାଗ ହୋଇଥିଲା। ପୁଲିସ ଏନେଇ ଖବର ପାଇବାପରେ ଚଢଉ କରି ବାରମାଲିକଙ୍କୁ ନୋଟିସ କରିବା ସହ ଏଗୁଡିକୁ ଅନିର୍ଦିଷ୍ଟ କାଳପର୍ଯ୍ୟନ୍ତ ସିଲ କରିବା ପାଇଁ ଅବକାରୀ ବିଭାଗକୁ କମିସନରେଟ ପୁଲିସ ପକ୍ଷରୁ ଚିଠି ଲେଖାଯିବ ବୋଲି ଜଣାପଡିଛି।

Comments are closed.