Odisha Link
Bridging the Missing Links in Odisha

ଟିକା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସବୁ ଦେଶ କାର୍ଯ୍ୟରତ। ଏଥିସହ ସୁଚାରୁରୂପେ ଟିକା ବଣ୍ଟନ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର।

ଟିକା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଟିକା ନେବା ପାଇଁ CO-WIN ବା କୋଭିଡ ଭ୍ୟାକସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ୱେବସାଇଟରେ ପଞ୍ଜୀକରଣ କରିବା ନିତ୍ୟାନ୍ତ ଜରୁରୀ। ଏଥିସହ ପଞ୍ଜୀକରଣ ପାଇଁ ଆଧାରକାର୍ଡ, ଭୋଟର ଆଇଡି ଏବଂ ଡ୍ରାଇଭିଂ ଲାଇସେନ୍ସ ସମେତ ୧୨ ପ୍ରକାରର ପରିଚୟ ପତ୍ରର ବ୍ୟବହାର କରାଯାଇପାରିବ। ଟିକାକରଣ କେନ୍ଦ୍ର ତୁରନ୍ତ ପଞ୍ଜୀକରଣ କରାଯିବ ନାହିଁ।

ପ୍ରତି ଦିନ ପ୍ରତି ସେସନରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ। ଟିକା ଦିଆଯିବା ପରେ ବ୍ୟକ୍ତିଙ୍କୁ ୩୦ ମିନିଟ୍ ଅନୁଧ୍ୟାନ କରାଯିବ। ଟିକାକରଣ ପାଇଁ ଟିମରେ ୫ଜଣ ସଦସ୍ୟ ରହିବେ। ଟିକା ନେଇଥିବା ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ନେଇ ଅନୁଧ୍ୟାନ ହେବ।

Comments are closed.