Odisha Link
Bridging the Missing Links in Odisha

ନିକ୍‌ଙ୍କୁ ଦୁର୍ବ୍ୟବହାର ସହ କାର୍‌ରୁ ଧକ୍କା ମାରି ବାହାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ୨୦୧୮ ଡିସେମ୍ବର ୧ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତିନୀତିରେ ସମ୍ପନ୍ନ ହୋଇଥିଲା ଉଭୟଙ୍କ ବିବାହକୁ ଏହାରି ମଧ୍ୟରେ ୨ ବର୍ଷ ପୂରିଛି। ବିବାହର ଦୁଇ ବର୍ଷ ପରେ ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ଫିଲ୍ମର ଏକ ସିନ୍‌ରେ ଉଭୟ ଏକ କାର୍‌ରେ ବସିଥିବା ବେଳେ ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ବିଷୟରେ ତିକ୍ତତା ଦେଖା ଦେଉଛି। ତା’ପରେ ପ୍ରିୟଙ୍କା ନିକଙ୍କୁ କାରରୁ ବାହାର କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାଟି ବର୍ତ୍ତମାନ ସାମ୍ନାକୁ ଆସିଛି। କିନ୍ତୁ ଏହି ଘଟଣାଟି ରିୟଲ୍‌ ନୁହେଁ ରିଲ୍‌ରେ ହୋଇଥିବାର ଖବର ମିଳୁଛି।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ନିଜ ପରବର୍ତ୍ତୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ଅଧିକାଂଶ ସମୟ ନିକ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି କାରଣରୁ ସେ ଖୁବ୍‌ କମ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସୁଥିବାର ଜଣାପଡିଛି।

Comments are closed.