Odisha Link
Bridging the Missing Links in Odisha

ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ୍‌ ପତଞ୍ଜଳି, ହେଲେ କାହିଁକି?

ନୂଆଦିଲ୍ଲୀ: ଚର୍ଚ୍ଚାରେ ବାବା ରାମଦେବ ଓ ତାଙ୍କ କମ୍ପାନୀ ‘ପତଞ୍ଜଳି’। ଆଜି ଦିନ ତମାମ ସାମାଜିକ ଗଣମାଧ୍ୟମରେ ଟ୍ୱିଟରେ ଟ୍ରେଣ୍ଡ କରୁଛି ପତଞ୍ଜଳିକୁ ବହିଷ୍କାର ବା #BoycottPatanjali। ଟ୍ରାଇବଲ୍ ଆର୍ମି ଏବଂ ଏହାର ପ୍ରତିଷ୍ଠାତା ହଂସରାଜ ମୀନା ଟ୍ୱିଟ୍ କରି ‘ଓ୍ୱିଇ ଷ୍ଟାଣ୍ଡ ଓ୍ୱିଥ୍‌ ଫାର୍ମର, ବୟକଟ୍ ପତଞ୍ଜଳି (ଆମେ କୃଷକଙ୍କୁ ସମର୍ଥନ ଜଣାଉଛୁ ଏବଂ ପତଞ୍ଜଳିକୁ ବହିଷ୍କାର)ର ହାସଟ୍ୟାଗ୍ ଏବେ ପୂରା ଟ୍ୱିଟରେ ଟ୍ରେଣ୍ଡ କରିବାରେ ଲାଗିଛି।

ପତଞ୍ଜଳି ନିଜ ସାମଗ୍ରୀ ନେଇ ସବୁଠାରୁ ଅଧିକ କୃଷକଙ୍କ ଉପରେ ନିର୍ଭର କିନ୍ତୁ ଏ ଯାଏଁ ପତଞ୍ଜଳି କୃଷକଙ୍କ ଆନ୍ଦୋଳନ ନେଇ କିଛି ବି କହିନାହିଁ। ଯାହାକୁ ନଜରରେ ରଖି ରାମଦେବଙ୍କୁ ଟାର୍ଗେଟ କରି ଏଭଳି କରାଯାଉଥିବା ସୂଚନା ରହିଛି। ତେବେ ଏ ସବୁ ମଧ୍ୟରେ କିଛି ଲୋକେ ପତଞ୍ଜଳି ନିମ୍ନମାନର ସାମଗ୍ରୀ ବିକ୍ରି କରୁଥିବା ନେଇ ଟ୍ୱିଟରେ ସମାଲୋଚନା କରିଛନ୍ତି।

ନିକଟରେ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (CIS) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ ଡାବର, ପତଞ୍ଜଳି ଏବଂ ଇମାମୀ ସହିତ ପ୍ରମୁଖ ଭାରତୀୟ ବ୍ରାଣ୍ଡ ପକ୍ଷରୁ ବିକ୍ରି ହେଉଥିବା ମହୁରେ ବଡ଼ ଧରଣର ଅପମିଶ୍ରଣ ହେଉଥିବା ଜଣାପଡ଼ିଥିଲା। ଏଥିସହିତ କୋଭିଡ-୧୯ ରୁ ବର୍ତ୍ତିବା ପାଇଁ ବା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଭାରତୀୟ ପୂର୍ବାପେକ୍ଷା ଅଧିକ ମହୁର ବ୍ୟବହାର କରୁଛନ୍ତି। ଏଣୁ ଏଭଳି ଖବର ବହୁ ଲୋକଙ୍କ ପାଇଁ ଝଟ୍‌କା।

ସୂଚନାଥାଉକି, ବାବା ରାମଦେବ କରୋନିଲ୍ ଲଞ୍ଚ କରିବା ପରେ ଜୁନ୍ ମାସରେ ପତଞ୍ଜଳି ବିବାଦରେ ରହିଥିଲା। ଏହା ଦ୍ୱାରା କରୋନାର ଚିକିତ୍ସା ହୋଇପାରିବ ବୋଲି ଦାବି କରାଯାଇଥିଲା ।କିନ୍ତୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହାକୁ ରୋଗ ପ୍ରତିରୋଧକ ଭାବେ ବିକ୍ରି ପାଇଁ ଅନୁମତି ମିଳିଥିଲା।

Comments are closed.