Odisha Link
Bridging the Missing Links in Odisha

କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୧.୬୨ ଲକ୍ଷ ପେନ୍‌ସନ ହିତାଧିକାରୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱଳ୍ପ ପେନ୍‌ସନ୍‌ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ସେ ଚିଠି ଲେଖିଛନ୍ତି। ଏହି ପେନ୍‌ସନ୍‌ଧାରୀଙ୍କ ସମସ୍ୟାକୁ ହୃଦୟର ସହ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି

ସେ ଆହୁରି କହିଛନ୍ତି ଅବସର ପାଇବା ପରେ ସେମାନେ ସଠିକ୍‌ ସମୟରେ ପେନ୍‌ସନ ପାଇପାରୁ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କରାଯାଉ। ଏହି କର୍ମଚାରୀମାନେ ଦେଶ ପାଇ ମୂଲ୍ୟବାନ ସମୟ ଦେଇଛନ୍ତି । ଏବେ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦରକାର। ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ ଭାରତ ସରକାର । ପେନ୍‌ସନ୍‌ ସମସ୍ୟା ନେଇ ଇପିଏସ୍‌-୯୫ ପେନ୍‌ସନଧାରୀ ସଂଘର ଅଭିଯୋଗ ରହିଛି।

Comments are closed.